ନୟାଗଡ଼କୁ ବ୍ୟାପିଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ନୟାଗଡ଼ର । ସମ୍ପୃକ୍ତ ୪୦ବର୍ଷୀୟ ବ୍ୟକ୍ତି ସୁରତରୁ ଫେରି ସଙ୍ଗରୋଧରେ ଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୨୧୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − three =