ମଞ୍ଚେଶ୍ୱର ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ବିରିୟାନୀ ଡେଲିଭରି ବୟ

ଭୁବନେଶ୍ୱର() ଭୁବନେଶ୍ୱରରୁ ୩ କରୋନା ପଜିଟିଭ ଗତ ଗୁରୁବାର ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଜଣେ ଡେଲିଭରି ବୟ ବୋଲି ଜଣାପଡିଛି। ସେ ରାଜଧାନୀର ବିିଭିନ୍ନ ଅଞ୍ଚଳ ବୁଲି ବିରିୟାନୀ ଡେଲିଭରି ଦେଉଥିଲେ। ସେ ମଞ୍ଚେଶ୍ୱରରେ ରହୁଥିବା ବେଳେ ପଟିଆ ଅଞ୍ଚଳରେ ଥିବା ଏକ ଫାଷ୍ଟଫୁଡ୍ ସଂସ୍ଥାରେ କାମ କରୁଥିଲେ। ଗତ ୫ ତାରିଖରେ ସେ ମଞ୍ଚେଶ୍ୱରସ୍ଥିତ ବିଭିନ୍ନ ଦୋକାନକୁ ଯାଇଥିଲେ। ତେବେ ସେ ଯାଇଥିବା ଦୋକାନଗୁଡ଼ିକୁ ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି। ଏ ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଶନିବାର ସୂଚନା ଦେଇଛନ୍ତି। ଉକ୍ତ ଦୋକାନ ମଧ୍ୟରେ ରାଜେଶ ମେଡିସିନ ଷ୍ଟୋର, ମିଞ୍ଜା ଚିକେନ ସେଣ୍ଟର, ମକରା ଗ୍ରୋସରୀ ଦୋକାନ, ମହାବୀର ଫ୍ୟାନ୍ସି ସପ୍ ସମେତ କେତେକ ପରିବା, ଫଳ ଦୋକାନ ଆଦିକୁ ୨୧ ତାରିଖ ପର୍ୟ୍ୟନ୍ତ ସିଲ୍ କରାଯାଇଛି। ଏଥିସହିତ ସେ ଯେଉଁମାନଙ୍କ ଘରକୁ ଯାଇଥିଲେ, ସେମାନଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ଏ ନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା କମିଶନର ଚୌଧୁରୀ କହିଛନ୍ତି।

ଆକ୍ରାନ୍ତ ଜଣଙ୍କ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବରିୟାନୀ ଡେଲିଭରି ଦେଇଛନ୍ତି। ଏପରିକି ସୂର୍ୟ୍ୟନଗର ଅଞ୍ଚଳରେ ମଧ୍ୟ ସେ ଖାଦ୍ୟ ଡେଲିଭରୀ ଦେଇଛନ୍ତି। ତାଙ୍କୁ ଥଣ୍ଡା-କାଶ ହେବାରୁ ଘର ମାଲିକ ତାଙ୍କର ସ୍ବାବ ଟେଷ୍ଟ କରିବାକୁ କହିଥିଲେ। ଟେଷ୍ଟପରେ ତାଙ୍କର ପିଜିଟିଭ ଆସିଛି।

Share

Leave a Reply

Your email address will not be published. Required fields are marked *

15 + 9 =