କରୋନା ନେଲା ଆଉ ୧୧ ମୁଣ୍ଡ, ଖୋର୍ଦ୍ଧାରୁ ୩

ଭୁବନେଶ୍ୱର()   ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା ୧୩୦୮କୁ ବୃଦ୍ଧି ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ମୃତକ ରହିଥିବାବେଳେ ଭୁବନେଶ୍ବରର ୪୦ ବର୍ଷୀୟା ମହିଳା ଓ ୬୬ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ଜଣେ ଖୋର୍ଦ୍ଧାର ୫୯ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ୫୪ ବର୍ଷୀୟା ମହିଳା ଓ ୬୭ ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳୁରୁ ୫୫ ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ ୬୨ ବର୍ଷୀୟ ବ୍ୟକ୍ତି, ଝାରସୁଗୁଡାରୁ ୬୮ ବର୍ଷୀୟ ବ୍ୟକ୍ତି, କନ୍ଧମାଳରୁ ୪୨ ବର୍ଷୀୟ ବ୍ୟକ୍ତି, ନୂଆପଡାରୁ ୪୫ ବର୍ଷୀୟ ବ୍ୟକ୍ତି, ରାୟଗଡାରୁ ୬୧ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

7 + twelve =