ଆଜି ୩୧୪୪ ପଜିଟିଭ, ଖୋର୍ଦ୍ଧାରୁ ୫୬୨

ଭୁବନେଶ୍ବର() ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୩୧୪୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୨୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୩୧୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୪ ହଜାର ୧୪୨ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୬୨ ଜଣ, କଟକରୁ ୨୪୩ ଜଣ, ସମ୍ବଲପୁରରୁ ୧୩୬ ଜଣ,ଅନୁଗୁଳରୁ ୧୨୮ ଜଣ, କଳାହାଣ୍ଡିରୁ ୧୨୪ ଜଣ, ପୁରୀରୁ ୧୨୨ ଜଣ, କନ୍ଧମାଲରୁ ୧୧୬ ଜଣ, ମୟୂରଭଞ୍ଜରୁ ୧୧୫ ଜଣ, ନୂଆପଡ଼ାରୁ ୧୧୪ ଜଣ, ନବରଙ୍ଗପୁରରୁ୧୦୭ ଜଣ, ସୁନ୍ଦରଗଡ଼ରୁ ୧୦୫ ଜଣ, ଭଦ୍ରକରୁ ୧୦୧ ଜଣ,ଯାଜପୁରରୁ ୧୦୧ ଜଣ, ବରଗଡ଼ରୁ ୯୪ ଜଣ, ବଲାଙ୍ଗୀରରୁ ୮୬ ଜଣ,ଝାରସୁଗୁଡାରୁ ୮୩ ଜଣ,କେନ୍ଦ୍ରାପଡ଼ାରୁ ୮୨ ଜଣ, ଜଗତସିଂହପୁରରୁ ୭୭ ଜଣ, ଢ଼େଙ୍କାନାଳରୁ ୭୩ ଜଣ, ବାଲେଶ୍ବରରୁ ୭୨ ଜଣ, କେନ୍ଦୁଝରରୁ ୬୩ ଜଣ, ନୟାଗଡ଼ରୁ ୫୮ ଜଣ,ଗଞ୍ଜାମରୁ ୩୮ ଜଣ, କୋରାପୁଟରୁ ୩୭ ଜଣ,ମାଲକାନଗିରିରୁ ୨୮ ଜଣ,ରାୟଗଡ଼ରୁ ୨୯ ଜଣ, ଦେବଗଡ଼ରୁ ୨୪ ଜଣ, ଗଜପତିରୁ ୯ ଜଣ, ବୌଦ୍ଧରୁ ଜଣେ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

seventeen + 19 =