ରାଜଧାନୀରୁ ଆଉ ୩୧୪ ପଜିଟିଭ

ଭୁବନେଶ୍ୱର() ଆଜି ବି ଭୁବନେଶ୍ୱରରୁ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୪ ଓ ସ୍ଥାନୀୟ ଅଞ୍ଚଳରୁ ୨୩୦ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୫୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୨୪,୨୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦,୫୭୧ ଜଣ ସୁସ୍ଥ ହୋଇଛନ୍ତି ଓ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୫୩୧ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + 13 =