ରାଜଧାନୀରୁ ଆଉ ୩୬୫ ପଜିଟିଭ

ଭୁବନେଶ୍ବର() ଆଜି ବି ଭୁବନେଶ୍ୱରରୁ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୬ ଓ ସ୍ଥାନୀୟ ଅଞ୍ଚଳରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୨୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୩ ହଜାର ୯୧୪ କୁ ବୃଦ୍ଧି ପାଇଛି ।

ମୋଟ ୨୩ ହଜାର ୯୧୪ ପଜିଟିଭ ମଧ୍ୟରୁ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୦ ହଜାର୨୧୭ ଜଣ ସୁସ୍ଥ ଓ ୩,୫୭୧ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

1 × 2 =