ରାଜଧାନୀରୁ ଆଉ ୩୧୨ କରୋନା ପଜିଟିଭ

ଭୁବନେଶ୍ୱର() ଆଜି ବି ଭୁବନେଶ୍ୱରରୁ ୩୧୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୨୫୪ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୨୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୨ ହଜାର ୫୪୭ କୁ ବୃଦ୍ଧି ପାଇଛି ।

ମୋଟ ୨୨ ହଜାର ୫୪୭ ପଜିଟିଭ ମଧ୍ୟରୁ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧୮ ହଜାର,୯୧୪ ଜଣ ସୁସ୍ଥ ଓ ୩,୫୧୪ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

18 − sixteen =