ଆଉ ୩୬୧୫ କରୋନା ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ରାଜ୍ୟରେ ଆଉ ୩୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୧୧୮ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୪୯୭ ଜଣ ଆକ୍ରାନ୍ତ ହୋଇଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୨ ହଜାର ୭୩୪ରେ ପହଞ୍ଚିଛି । ଏହାଛଡ଼ା ଆକ୍ଟିଭ କେସ ୩୬ ହଜାର ୧୨୨ଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୮୫ ହଜାର ୭୦୦ରେ ପହଞ୍ଚିଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୮୮, ବାଲେଶ୍ୱରରେ ୯୬, ବରଗଡ଼ରେ ୮୬, ଭଦ୍ରକରେ ୬୧, ବଲାଙ୍ଗୀରରେ ୮୧, ବୌଦ୍ଧରେ ୨୦, କଟକରେ ୩୭୧, ଦେବଗଡ଼ରେ ୧୨, ଢେଙ୍କାନାଳରେ ୬୦, ଗଜପତିରେ ୨୯, ଗଞ୍ଜାମରେ ୪୨୪, ଜଗତସିଂହପୁରରେ ୮୩, ଯାଜପୁରରେ ୧୪୪, ଝାରସୁଗୁଡ଼ାରେ ୧୦୬, କଳାହାଣ୍ଡିରେ ୧୦୬, କନ୍ଧମାଳରେ ୫୯, କେନ୍ଦ୍ରାପଡ଼ାରେ ୧୧୯, କେନ୍ଦୁଝରରେ ୧୦୯, ଖୋର୍ଦ୍ଧାରେ ୬୭୧, କୋରାପୁଟରେ ୪୭, ମାଲକାନାଗିରିରେ ୧୨୩, ମୟୂରଭଞ୍ଜରେ ୧୨୩, ନବରଙ୍ଗପୁରରେ ୫୭, ନୟାଗଡ଼ରେ ୬୪, ନୂଆପଡ଼ାରେ  ୬୬, ପୁରୀରେ ୧୯୭, ରାୟଗଡ଼ାରେ ୩୯, ସମ୍ବଲପୁରରେ ୭୩, ସୋନପୁରରେ ୭୦ ଓ ସୁନ୍ଦରଗଡ଼ରେ ୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି  । ଅପରପକ୍ଷରେ ଷ୍ଟେଟ ପୁଲରୁ  ୨୪୦ ଜଣ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 4 =