ଆଜି ୪୨୩୭ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୪୨୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୨୫୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୫୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୦ , ବାଲେଶ୍ୱରରେ ୧୬୧ , ବରଗଡ଼ରେ୧୨୧ , ଭଦ୍ରକରେ୧୩୬ , ବଲାଙ୍ଗୀରରେ ୬୭ , ବୌଦ୍ଧରେ ୪୩ , କଟକରେ ୫୭୭ , ଦେବଗଡ଼ରେ୨୨ , ଢେଙ୍କାନାଳରେ ୭୦, ଗଜପତିରେ ୪୨ , ଗଞ୍ଜାମରେ ୭୧ , ଜଗତସିଂହପୁରରେ୧୭୩ , ଯାଜପୁରରେ ୨୦୧, ଝାରସୁଗୁଡ଼ାରେ ୨୦୫ , କଳାହାଣ୍ଡିରେ ୫୭ , କନ୍ଧମାଳରେ ୫୫ , କେନ୍ଦ୍ରାପଡ଼ାରେ ୧୪୮, କେନ୍ଦୁଝରରେ୪୨ , ଖୋର୍ଦ୍ଧାରେ ୬୪୭ , କୋରାପୁଟରେ୮୯, ମାଲକାନାଗିରିରେ ୪୪  , ମୟୂରଭଞ୍ଜରେ୧୩୯ , ନବରଙ୍ଗପୁରରେ୭୦ , ନୟାଗଡ଼ରେ୫୦ , ନୂଆପଡ଼ାରେ୧୧୫ , ପୁରୀରେ ୨୧୯  , ରାୟଗଡ଼ାରେ ୫୧ , ସମ୍ବଲପୁରରେ ୧୧୧, ସୋନପୁରରେ୧୩୧  ଓ ସୁନ୍ଦରଗଡ଼ରେ ୧୦୧   ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି  । ଅପରପକ୍ଷରେ ଷ୍ଟେଟ ପୁଲରୁ ୧୬୯ ଜଣ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + 3 =