ଏଣିକି ମୃତ ବ୍ୟକ୍ତିଙ୍କ କରାଯିବନି କୋଭିଡ଼ ଟେଷ୍ଟ

ଭୁବନେଶ୍ୱର() ଆଉ ଏଣିକି ମୃତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯିବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ପରିବାରକୁ ମୃତଦେହ ହସ୍ତାନ୍ତର କରିବାରେ ବିଳମ୍ବ ହେଉଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ହସ୍ପିଟାଲ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ସୂଚନା ଦେବ । ମୃତକଙ୍କ ବାବଦରେ ୪୮ଘଣ୍ଟା ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଡ଼ହେଡ଼ ଟିକେଟ୍ ଓ ଅନ୍ୟାନ୍ୟ ପରୀକ୍ଷା ରିପୋର୍ଟ ଦାଖଲ କରିବେ । ରୋଗୀଙ୍କର ପୂର୍ବରୁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଜଣାଇବା ବାଧ୍ୟତାମୂଳକ । ରୋଗୀ କୋଭିଡ଼ କିମ୍ବା ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି ତେବେ ଜଣାପଡ଼ିବ ।

Share

Leave a Reply

Your email address will not be published. Required fields are marked *

one × one =