ଆଜି ଆଉ ୨୭୫୨ ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ପାର

ଭୁବନେଶ୍ୱର()  ରାଜ୍ୟରେ ଆଜି ୨୭୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୦୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୨୩୧ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୨୯, ବରଗଡରୁ ୨୮, ଭଦ୍ରକରୁ ୫୮, ବଲାଙ୍ଗୀରୁ ୧୪, ବୌଦ୍ଧରୁ ୧୧, କଟକରୁ ୨୪୭, ଦେଓଗଡରୁ ୬, ଢେଙ୍କାନାଳରୁ ୧, ଗଜପତିରୁ ୬୦, ଗଞ୍ଜାମରୁ ୨୧୨, ଜଗତସିଂହପୁରରୁ ୧୦୧, ଯାଜପୁରରୁ ୨୧୭, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୯୫, କେନ୍ଦ୍ରପଡାରୁ ୯୭, କେନ୍ଦୁଝରରୁ ୨୮, କୋରାପୁଟରୁ ୧୭୪, ମାଲାକାନଗିରିରୁ ୧୦୧, ମୟୂରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୨୭, ନୟାଗଡରୁ ୧୦୩, ନୂଆପଡାରୁ ୮, ପୁରୀରୁ ୧୪୪, ରାୟଗଡାରୁ ୧୭୭, ସମ୍ବଲପୁରରୁ ୫୫, ସୋନପୁରରୁ ୧ ଓ ସୁନ୍ଦରଗଡରୁ ୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 17 =