୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୨୩୯ ଆକ୍ରାନ୍ତ ଚିହ୍ନଟ , ଖୋର୍ଦ୍ଧାରୁ ସର୍ବାଧିକ ୪୧୯

ଭୁବନେଶ୍ୱର() ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୨୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪୧୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୨୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ ହଜାର ୫୩୩କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୬, ବାଲେଶ୍ୱରରୁ ୧୩୦, ବରଗଡରୁ ୫୧, ଭଦ୍ରକରୁ ୭୩, ବଲାଙ୍ଗୀରୁ ୬୬, ବୌଦ୍ଧରୁ ୫୩, କଟକରୁ ୧୧୭, ଢେଙ୍କାନାଳରୁ ୩୬, ଗଜପତିରୁ ୪୨, ଗଞ୍ଜାମରୁ ୨୪୬, ଜଗତସିଂହପୁରରୁ ୨୬, ଯାଜପୁରରୁ ୭୫, ଝାରସୁଗୁଡାରୁ ୧୩, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୯୦, କେନ୍ଦ୍ରପଡାରୁ ୭, କେନ୍ଦୁଝରରୁ ୭୨, କେରାପୁଟରୁ ୯୧, ମାଲାକାନଗିରିରୁ ୫୫, ମୟୂରଭଞ୍ଜରୁ ୮୦, ନବରଙ୍ଗପୁରରୁ ୧୪, ନୟାଗଡରୁ ୧୪୭, ନୂଆପଡାରୁ ୮, ପୁରୀରୁ ୪୦, ରାୟଗଡାରୁ ୧୨୦, ସମ୍ବଲପୁରରୁ ୫୩, ସୋନପୁରରୁ ୨୪ ଓ ସୁନ୍ଦରଗଡରୁ ୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 4 =