ବାସୁଦେବପୁର ବ୍ଲକର ୯ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା

ଭଦ୍ରକ() ଭଦ୍ରକରେ ଆଉ ୩କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିଲେ । ତେଣୁ ସତର୍କତା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ୪ଟି ଜେନାରେ ୯ଟିି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ୧ନମ୍ବର ଜୋନରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଛି । ସେହିପରି ୨ ନମ୍ବର ଜୋନରେ ଖରିଡ଼ା ବିନାୟକପୁର ଓ ଗୁଆଗାଡ଼ିଆ, ୩ନମ୍ବର ଜୋନରେ ଲକ୍ଷ୍ମୀଦାସପୁର ଓ ବାଲିମେଦ ପଞ୍ଚାୟତ ଓ ୪ନମ୍ବର ଜୋନରେ ଅଢ଼ୁଆଁ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାରୁ ଲୋକମାନଙ୍କ ନିକଟରେ ଜରୁରୀ ସାମଗ୍ରୀ ପ୍ରଶାସନ ପହଞ୍ଚାଇବ । ଏହାସହ ଅଞ୍ଚଳର ଥିବା ଲୋକମାନେ ଘରୁ ବାହାରିପାରିବେ ନାହିଁ ଓ ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

twelve + nineteen =