ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍

ଭୁବନେଶ୍ବର()  ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ନେଇ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଂଚଳର । ଏହି ୩ ଜଣଙ୍କର କୋଲକାତା ଲିଙ୍କ୍ ରହିଛି । ଏମାନେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁର ବ୍ଲକରେ କରୋନା ଆକ୍ରାନ୍ତ ସଂଖ୍ୟା ୬କୁ ବଢି ଯାଇଛି ।

ସେପଟେ ୩ ଆକ୍ରାନ୍ତଙ୍କୁ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅଧିକ ସୂଚନା ଜାରି ହୋଇଛି । ଚିହ୍ନଟ ହୋଇଥିବା ଏହି ୩ ଜଣ ପୁରୁଷ ବୋଲି ଜଣାପଡିଛି । ୩ ଜଣଙ୍କ ବୟସ ୩୫ ବର୍ଷ, ୪୦ ବର୍ଷ ଓ ୫୫ ବର୍ଷ । ଏହି ୩ ଜଣ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଙ୍କର ସହଯାତ୍ରୀ ଥିଲେ । ଏହି ୩ ଜଣ ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ୍ ବୋଲି ସ୍ପଷ୍ଟ ହୋଇଛି ।

Share

Leave a Reply

Your email address will not be published. Required fields are marked *

6 + four =