ରାଜଧାନୀରୁ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ଗଞ୍ଜାମ ପରେ ଭୁବନେଶ୍ୱରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଆଜି ପୁଣି ୨୪୮ ଜଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୭ ଜଣ ଓ ସ୍ଥାନୀୟ ଅଞ୍ଚରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ୱରେ ଆଜି ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୧୭କୁ ବୃଦ୍ଧି ପାଇଛି । ୮୩୪ ଜଣ ସୁସ୍ଥ ହୋଇଥିବା ବେଳେ ୮୭୦ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three × 4 =