ସ୍ୱାଧନତା ଦିବସ ପାଇଁ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ() କୋଭିଡ଼ ନିୟମ ସହ ଚଳିତବର୍ଷ ସ୍ୱାଧନତା ଦିବସ ପାଳନ ପାଇଁ ଗାଇଡ଼ଲାଇନ ଜାରି ହୋଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗାଇଡ଼ ଲାଇନ ଜାରି କରାଯାଇଛି ।

ତେବେ ଜାରି କରାଯାଇଥିବା ଗାଇଡ଼ଲାଇନ ଅନୁସାରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ବେଳେ ଭିଡ଼ ଜମିବନି । ଭିଡ଼ ରୋକିବା ପାଇଁ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦିଆଯିବ । ସମାରୋହରେ ଅଧିକ ଜନସମାଗମକୁ ସମ୍ପୂର୍ଣ୍ଣ ଉପରେ ରୋକ ଲଗାଯିବ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦିନ ୯ଟା ପରେ ପତକା ଉତ୍ତୋଳନ କରାଯିବ । ପତାକା ଉତ୍ତୋଳନ ସମାରୋହରେ ଅଧିକ ଜନସମାଗମ ହେବ ନାହିଁ । ସାମାଜିକ ଦୂରତା ଓ ମାସ୍କ ପିନ୍ଧବା ଉପରେ ଗୁରୁତ୍ୱ ଦିଆଯିବ । ଏହାସହ ପତାକା ଉତ୍ତୋଳନ ସମାରୋହକୁ କୋଭିଡ଼ ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯିବ ।

Share

Leave a Reply

Your email address will not be published. Required fields are marked *

2 × 1 =