କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର () ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ  ୧୦୭୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି । ଗଜପତି ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ହାଇଡ୍ରୋନେଫ୍ରୋସିସ୍ ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । କନ୍ଧମାଳ ଜିଲ୍ଲାର ଜଣେ ୮୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ ।

Share

Leave a Reply

Your email address will not be published. Required fields are marked *

twelve − 3 =