ଫେବ୍ରୁଆରୀ ବେଳକୁ କରୋନା ଟିକା

ଭୁବନେଶ୍ୱର()  ଫେବ୍ରୁଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପଶୁ ଠାରେ ଭ୍ୟାକସିନ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ ହେବ । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି, ସଫଳତା ପରେ ସେକେଣ୍ଡ ଟ୍ରାଏଲ ହେବ । ଯଦି ସଫଳତା ମିଳେ ତେବେ ଡିସେମ୍ବର, ଜାନୁଆରୀ, ଫେବ୍ରୁଆରୀ ବେଳକୁ ଟିକା ଆସିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ, ଗଞ୍ଜାମରେ ସ୍ଥିତି ଉଦବେଗଜନକ ରହିଛି । ଏନେଇ ସରକାର ବହୁ ପଦକ୍ଷେପ ନେଉଛନ୍ତି । ପ୍ରାୟ ୯୨ ପ୍ରତିଶତ ଗ୍ରାମରେ କରୋନା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁମାନେ ପଜିଟିଭ ବାହାରୁଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ତେଣୁ ଗୋଷ୍ଠୀ ସଂକ୍ରମଣ କୁହାଯିବ ନାହିଁ ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା କହି ଛନ୍ତି ।

Share

Leave a Reply

Your email address will not be published. Required fields are marked *

six − two =