ରାଜ୍ୟରେ ଆଉ ୫୯୧ ପଜିଟିଭ, ଗଞ୍ଜାମରୁ ସର୍ବାଧିକ ୧୮୨

ଭୁବନେଶ୍ୱର() ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୫୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୯୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୭୦୧ ରେ ପହଞ୍ଚିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତେବେ ଆଜି ଗଞ୍ଜାମରେ ସର୍ବାଧିକ ୧୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୨୧, କଟକ ଓ ବରଗଡରୁ ୩୫, ଜଗତସିଂହପୁର, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୨୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

Share

Leave a Reply

Your email address will not be published. Required fields are marked *

seventeen − two =