ଆଉ ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ୱର() ଆଜି ରାଜ୍ୟରେ ସର୍ବାଧିକ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁ ହୋଇଥିବା ୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଦୁଇ ଜଣ, ଅନୁଗୁଳରୁ ଜଣେ ଓ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ଅନୁଗୁଳରେ ୨ ଓ ଗଜପତିରେ ୨ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗଞ୍ଜାମରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତ ଦୁଇଜଣଙ୍କ ବୟସ ଯଥାକ୍ରମେ ୫୬ ଓ ୬୦ବର୍ଷ ବୃଦ୍ଧ । ଜଣେ ଡାଇବେଟିସ ରୋଗରେ ପୀଡ଼ିତ ଥିବା ବେଳେ ଅନ୍ୟଜଣେ କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ । ଅନୁଗୁଳରେ ମୃତ୍ୟୁ ହୋଇଥିବା ୬୬ ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ଜଣକ ନ୍ୟୁରୋଏନଡ଼ୋକ୍ରାଇନ ଟ୍ୟୁମରରେ ପୀଡ଼ିତ ଥିଲେ । ସେହିପରି ଗଜପତିରେ ୫୬ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସେ ଡାଇବେଟିସ ଓ ହୃଦଜନିତ ରୋଗରେ ପୀଡ଼ିତ ଥିଲେ ।

Share

Leave a Reply

Your email address will not be published. Required fields are marked *

four × three =