ଆଉ ୩ ଜୀବନ ନେଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଆଜି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି । ୩ଜଣ ମୃତକ ମଧ୍ୟରେ ଦୁଇ ଜଣ ଗଞ୍ଜାମର ଓ ଜଣେ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଗଞ୍ଜାମର ୬୫ ଓ ୮୬ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେହିପରି ଭୁବନେଶ୍ୱରରେ ଜଣେ ୭୨ବର୍ଷୀୟ ବୃଦ୍ଧଙ୍କ କରୋନାରେ ଜୀବନ ଯାଇଥିବା ନେଇ ସୂଚନା ରହିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

fourteen + 8 =