ଭୁବନେଶ୍ବରରୁ ୩୮ ପଜିଟିଭ

ଭୁବନେଶ୍ୱର() ରାଜ୍ୟର ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କରୋନାରୁ ବାଦ୍ ପଡିନି ଭୁବନେଶ୍ୱର । ଆଜି ଭୁବନେଶ୍ୱରରେ ପୁଣି ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୮ ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କଳିଙ୍ଗବିହାର, ପୋଖରୀପୁଟ, ଭୀମଟାଙ୍ଗିରୁ ଜଣେ ଲେଖାଏଁ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ବିଡିଏରୁ ୨, ଗଙ୍ଗନଗରରୁ ୩, ନୀଳାଦ୍ରିବିହାରରୁ ୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀରୁ ମଧ୍ୟ ଗୋଟିଏ ଲୋକାଲ କେସ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

twenty + eight =