ଆଉ ୫୭୭ କରୋନା ପଜିଟିଭ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ୫୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେମଧ୍ୟରୁ ୪୧୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୬୧ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧୪୯୮୭ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧୧୨୦୧ ଟି ପଜିଟିଭ କେଶ ବାହାରିଛି । ୭୦୦୬ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୪୧୨୮ ଟି ଆକ୍ଟିଭ କେସ ରହିଛି । ଏନେଇରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୬୦, ସୁନ୍ଦରଗଡ଼ରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮, ଗଜପତିରୁ ୧୭, ବାଲେଶ୍ୱରରୁ ୩୦, କଟକରୁ ୧୪, ଯାଜପୁରରୁ ୯, ଅନୁଗୁଳରୁ ୭, ଜଗତସିଂହପୁରୁ ୭, କୋରାପୁଟରୁ ୬, ବୌଦ୍ଧରୁ ୫, ପୁରୀରୁ ୫, ଢ଼େଙ୍କାନାଳରୁ ୪, ସମ୍ବଲପୁରରୁ ୩, କେନ୍ଦ୍ରାପଡ଼ାରୁ ୩, ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × one =