ଭୁବନେଶ୍ୱରରୁ ୯ କରୋନା ପଜିଟିଭ୍

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ଭୁବନେଶ୍ୱରରୁ ଆଉ ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ୯ ଆକ୍ରାନ୍ତ ମଧ୍ୟରୁ  ଶିରିପୁର ସ୍ଥିତ ଲକ୍ଷ୍ମୀବଜାର ବସ୍ତିରୁ ୪ ଜଣ । ସେମାନଙ୍କ ମଧ୍ୟରୁ ୨ ମହିଳା ଓ ୨ ପୁରୁଷ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆରବିଆଇ ଅଫିସ ନିକଟରୁ ଜଣେ ୫୨ ବର୍ଷୀୟ ସିକ୍ୟୁରିଟି ଗାର୍ଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ୩ ଜଣ ପୁରୁଷ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏୟାରପୋର୍ଟ କଲୋନିରର ଦିଲ୍ଲୀ ଫେରନ୍ତା ୨୬ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ଭୁବନେଶ୍ୱରେ କରୋନା ପଜିଟିଭ ସଂଖ୍ୟା ୨୮୨କୁ ବୃଦ୍ଧି ପାଇଛି । ମୋଟ ୨୮୨ ପଜିଟିଭରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୮ ସୁସ୍ଥ ଓ ୧୩୧ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 5 =