ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି ।  

ତେବେ ଏହା ଭିତରେ ଏକ ଭଲ ଖବର ଆସିଛି । ତାହା ହେଲେ ଆଜି  ପୁଣି ରାଜ୍ୟରେ ୯୯  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ତନ୍ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଛନ୍ତି । ଏହାଛଡ଼ା  ଖୋର୍ଦ୍ଧାରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ଗଞ୍ଜାମରୁ ୯, ଦେବଗଡ଼ରୁ ୮, କଟକରୁ ୭, ଜଗତସିଂହପୁରରୁ ୭, ବାଲେଶ୍ୱର, ବରଗଡ଼ ଓ ବଲାଙ୍ଗୀରୁ ୬ ଜଣ ଲେଖାଏଁ, କେନ୍ଦୁଝରରୁ ୪, ନୟାଗଡ଼ରୁ ୩, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାବତ ଓଡ଼ିଶାରେ ୧୯୯୩  କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 3 =