ଭିଡ଼ିଓ କନଫରେନ୍ସ ଯୋଗେ କୋଭିଡ଼-୧୯ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() କରୋନା ଯୁଦ୍ଧକାଳିନ ଭିତ୍ତିରେ ସମ୍ ରେ କୋଭିଡ଼-୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସ ଯୋଗେ ସେ କୋଭିଡ଼-୧୯ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ଏହାସହ କେନ୍ଦ୍ର କୋଇଲା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ । ସମ୍ କୋଭିଡ଼-୧୯ ହସ୍ପିଟାଲରେ ୫୦୦ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଆଇଏମଏସ୍ ଓ ସମର ମିଳିତ ସହଯୋଗରେ ଏହି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଦେଶରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୬୭ରେ ପହଞ୍ଚିଛି । ରାଜ୍ୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଗତକାଲି ଗୋଟିଏ ଦିନରେ ୧୮ଜଣଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା ।

Share

Leave a Reply

Your email address will not be published. Required fields are marked *

2 × 1 =