ଏହି ଦୁଇ କାରଣ ଲାଗି ଆସିଲେନି ଗଜପତି

ଭୁବନେଶ୍ୱର() ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଆଜି ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଆଜି ଛେରାପହଁରା ଲାଗି ଗଜପତି ମହାରାଜା ଆସିନଥିଲେ । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରଥ ଛେରାପହଁରା କରିଛନ୍ତି । ଗଜପତି ମହାରାଜାଙ୍କ ପ୍ରତିନିଧିଭାବେ ମୁଦିରଥ ଛେରାପହଁରା କରିଛନ୍ତି ।

ତେବେ ସ୍ନାନଯାତ୍ରା ନୀତିରେ ଅନୁପସ୍ଥିତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜ ପ୍ରତିକ୍ରିୟା ରଖିଛନ୍ତି । ଛେରାପହଁରା କରିନପାରିବାର କାରଣ ସମ୍ପର୍କରେ ସେ କହିଛନ୍ତି ।

ସେ କହିଛନ୍ତି ଯେ, ସରକାରଙ୍କ କୋଭିଡ ଗାଇଡଲାଇନ ମାନି ମୁଁ ଶ୍ରୀନଅରରେ ରହିଥିଲି । ୨ଟି କାରଣ ପାଇଁ ମୁଁ ଆଜି ଶ୍ରୀନଅରରେ ରହିଥିଲି । ପ୍ରଥମ କାରଣ ହେଲା ଧର୍ମୀୟ କାର୍ୟ୍ୟ ଓ ଏକ ସମୟରେ ୭ରୁ ଅଧିକ ଏକତ୍ରକୁ ବାରଣ । ଏବଂ ଦ୍ୱିତୀୟ ହେଲା ୬୫ ବର୍ଷରୁ ଅଧିକ ବୟସ୍କ ଘରୁ ବାହାରିବାକୁ ବାରଣ କରାଯାଇଛି ।
ଆଜିକୁ ମିଶାଇ ଦ୍ୱିତୀୟ ଥର ସ୍ନାନଯାତ୍ରା ସେବା ସେ ତୁଲାଇ ପାରିନଥିବା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 3 =