ଆଜି ଚିହ୍ନଟ ହୋଇଥିବା ୭୬ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର() ରାଜ୍ୟରେ ଆଜି ୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ନୟାଗଡ଼ରେ ଚିହ୍ନଟ ହୋଇଥିବା ୨ଜଣ ସୁରତ ଫେରନ୍ତା ଓ ସେମାନେ କ୍ୱାରେଣ୍ଟିନରେ ଥିଲେ । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୦ଆକ୍ରାନ୍ତଙ୍କ ମଧ୍ୟରୁ ୮ଆକ୍ରାନ୍ତ ସୁରତ ଫେରନ୍ତା ଓ ୨ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୧୩ଆକ୍ରାନ୍ତଙ୍କ ମଧ୍ୟରୁ୧୦ଜଣ ସୁରତ ଫେରନ୍ତା ଓ ୩ଜଣ ମହାରାଷ୍ଟ୍ର ଫେରନ୍ତା । ମୟୁରଭଞ୍ଜର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । କଟକର ୧୧ଜଣଙ୍କ ମଧ୍ୟରୁ ୮ଜଣ ଗୁଜୁରାଟ, ୨ମହାରାଷ୍ଟ୍ର ଓ ଜଣେ ତାମିଲନାଡୁ ଫେରନ୍ତା । ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଜଣେ ମହାରାଷ୍ଟ୍ର ଫେରନ୍ତା । ବଲାଙ୍ଗିରରୁ ଚିହ୍ନଟ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ୮ଜଣ ମହାରାଷ୍ଟ୍ରରୁ, ୫ଜଣ ପଶ୍ଚିମବଙ୍ଗ, ଜଣେ ଲେଖାଏଁ ଆନ୍ଧ୍ରରୁ, ଗୁଜୁରାଟ ଓ ତାମିଲନାଡ଼ୁରୁ ଫେରିଛନ୍ତି । ନୂଆପଡ଼ାରୁ ଚିହ୍ନଟ ହୋଇଥିବା ୧୩ଜଣଙ୍କ ମଧ୍ୟରୁ ୧୨ଜଣ ମହାରାଷ୍ଟ୍ରର ଓ ଜଣେ ଗୁଜୁରାଟ ଫେରନ୍ତା । ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୨ଜଣ ପଶ୍ଚିମବଙ୍ଗ ଓ ୪ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

one × three =