ନୂଆ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ସେ ମାର୍ଚ୍ଚ ୨୮-୨୯ରେ କୋଲକତାରୁ ଆସିଥିଲେ । ସଂକ୍ରମିତ ବ୍ୟକ୍ତିଙ୍କ ସହ ଗୋଟିଏ ଗାଡ଼ିରେ ୧୮ଜଣ ଆସିଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ଭଦ୍ରକ, ୧୦ଜଣ ପାଣିକୋଇଲିରେ ଓହ୍ଲାଇଛନ୍ତି । ପାଣିକୋଇଲି ଛକରୁ ମାଛ ଓ କ୍ଷୀର ଗାଡ଼ିରେ ଯାତ୍ରା କରିଥିଲେ । ଯାଜପୁରକୁ ଆସିଥିବା ସମସ୍ତ ଚିହ୍ନଟ କ୍ୱାରେଣ୍ଟାଇନରେ ଅଛନ୍ତି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି । ଏହାସହ ସତର୍କତା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − 4 =