କରୋନା ସ୍ଥିତିରେ ୪ରୁ ୫ ଗୁଣା ବୃଦ୍ଧି ହେବ ଶଯ୍ୟାସଂଖ୍ୟା

ଭୁବନେଶ୍ୱର: ମେଡିକାଲରେ ବଢିବ ବେଡ ସଂଖ୍ୟା | ୫ ଗୁଣା ବୃଦ୍ଧି କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ୍ ଵୃଦ୍ଧି କରାଯିବ। ଆଇସିୟୁ ବଢାଇବା ଏତେଟା ସମ୍ଭବପର ନୁହେଁ । କାରଣ ଆଇସିୟୁ ପାଇଁ ସେଟଅପ୍ ଦରକାର । ତଥାପି ପ୍ରାୟ ୨ଗୁଣ ଆଇସିୟୁ ବେଡ୍ ଵୃଦ୍ଧି କରାଯିବ । ୪ଟି କ୍ୟାଟେଗୋରୀର ବେଡ୍ ଦରକାର ।

ସୂଚାନ ମୁତାବକ ଗତବର୍ଷ ଠାରୁ ଏ ବର୍ଷ ମେଡିକାଲରେ ୪ ରୁ ୫ ଗୁଣା ବେଡ ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଥା କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ । ତାଙ୍କ ସୂଚନା ମୁତାବକ ରୋଗୀଙ୍କ ପାଇଁ ୪ ଟି କାଟୋଗୋରୀର ବେଡ ଦରକାର ପଡୁଛି । ସାଧାରଣ, ଅକ୍ସିଜେନ, ସର୍ପୋଟ୍, ଆଇସିୟୁ ଓ ଆଇସିୟୁ ସହ ଭେଣ୍ଟିଲେଟର ବେଡ । ଏହି କ୍ରମରେ ଆଇସିୟୁ ବେଡ୍ ସଂଖ୍ୟା ୨ ଗୁଣା ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ ଦିଆଯିବା ନେଇ କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ।

ଏହାଦ୍ୱାରା କେଵଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ । ଆଇସିୟୁ ଓ ଏଚଡିୟୁ ବେଡ଼ ସଂଖ୍ୟା ଵୃଦ୍ଧି କରାଯିବ । କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ| ବର୍ତ୍ତମାନ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡ଼ରେ ରୋଗୀ ଅଛନ୍ତି । ଭେଣ୍ଟିଲଟର ୧୮ ପ୍ରତିଶତ ବ୍ୟବହାର ହୋଇଛି । ୨୪୮ ବେଡ଼ରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁ ବେଡ଼ ୫୪୧ଟି ରଖିଥିବା ବେଳେ ୩୨୯ ଜଣ ରୋଗୀ ଅଛନ୍ତି । ଏହାଛଡ଼ା ଷ୍ଟାଣ୍ଡବାୟ ବେଡ଼ ଆମ ପାଖରେ ଅଛି । ତେଣୁ କୌଣସି ଅସୁବିଧା ହେବ ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

2 × three =