କଟକରେ ୧୫୦ ବେଡ଼ ବିଶିଷ୍ଟ କୋଭିଡ଼ ହସ୍ପିଟାଲରେ ସେବା ଆରମ୍ଭ

କଟକ() ଆଜି ଠାରୁ କାର୍ୟ୍ୟକ୍ଷମ ହେବାକୁ ଯାଉଛି କଟକରେ ICU ସୁବିଧା ଥିବା ଦ୍ୱିତୀୟ କୋଭିଡ ହସ୍ପିଟାଲ । ଜଗତପୁର ସଦଗୁରୁ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ହସ୍ପିଟାଲ ଭାବରେ ଗ୍ରହଣ କରିଛନ୍ତି । ୧୫୦ ବେଡ଼ ବିଶିଷ୍ଟ ଏହି ହସ୍ପିଟାଲରେ ଆଜିଠାରୁ ସେବା ଆରମ୍ଭ ହେବ । ଏଠାରେ ଆଇସିୟୁ ସୁବିଧା ସହିତ ଭେଣ୍ଟିଲେଟର ବ୍ୟବସ୍ଥା ରହୁଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ସଙ୍କଟାପନ୍ନ ରୋଗୀଙ୍କ ଚିକିତ୍ସା ପାଇଁ ଏହି ହ୍ସପିଟାଲକୁ କୋଭିଡ ହ୍ସପିଟାଲ ଭାବେ କାର୍ୟ୍ୟକାରୀ କରାୟାଉଛି ।

ଏବେ କଟକରେ ୨ଟି କୋଭିଡ ହସପିଟାଲ ଚାଲୁ ରହିଛି । ବିଭିନ୍ନ ସରକାରୀ, ଘରୋଇ ହସପିଟାଲରେ ଟେଷ୍ଟ କରାଯାଉଛି । କୋଭିଡ ହସପିଟାଲରେ ଆଇସିୟୁ ସଂଖ୍ୟା ୩୪ରୁ ୫୮କୁ ବୃଦ୍ଧି କରାଯାଇଛି । ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ଅଧିକ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।

ତେବେ ଆଜି ୨୯୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କଟକରୁ ସର୍ବାଧିକ ୫୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two + eight =