ଗଞ୍ଜାମରେ ଆଉ ୨ କୋଭିଡ଼ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଗଞ୍ଜାମ ଜିଲ୍ଲାରେ ଆଉ ୨ଟି କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଛି । ଗୋଟେ ଅଶ୍ୱିନୀ ହସ୍ପିଟାଲ ସହାୟତାରେ କନିଷିରେ କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଛି । ଅନ୍ୟଟି ବ୍ରହ୍ମପୁର ଏମକେସିଜିରେ ମଧ୍ୟ କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଥିବା ସୂଚନା ରହିଛି । ଏହି ଦୁଇଟି ହସ୍ପିଟାଲକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ କୋଭିଡ଼ ହସ୍ପିଟାଲରେ ୧୫୦ ଲେଖାଏଁ ଶଯ୍ୟା ରହିଛି । ସମସ୍ତ ୩୦୦ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା ରହିଛି । ଉଭୟ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର ମଧ୍ୟ ରହିଛି ।

Share

Leave a Reply

Your email address will not be published. Required fields are marked *

twenty − eighteen =