ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର

ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବନ୍ଦ ହେବାକୁ ଯାଉଛି କୋଭିଡ କେୟାର ସେଣ୍ଟର । ଭୁବନେଶ୍ୱରରେ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର । କରୋନା ସ୍ଥିତିରେ ସୁଦ୍ଧାର ଆସୁଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । ଆସନ୍ତା ଫେବ୍ରୁଆରୀ ୨୮ ତାରିଖରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ । ରାଜଧାନୀରେ ଥିବା ହାଇଟେକ କୋଭିଡ ହସ୍ପିଟାଲ ଓ କିମ୍ସ କୋଭିଡ ହସ୍ପିଟାଲକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।   ଉଭୟ ହସ୍ପିଟାଲକୁ କ୍ଲୋଜର ନୋଟିସ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଏହା ବ୍ୟତୀତ ସମ୍ ଓ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା କମାଯିବକୁ ନିଷ୍ପତ୍ତି ହୋଇଛି । ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ ଲେଖାଏଁ ଶଯ୍ୟା ରହିବ । ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − eighteen =