ରାଜ୍ୟରେ କରୋନାର ତୃତୀୟ ଲହରକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଧିରେ ଧିରେ କୁମଥିବା ବେଳେ ତୃତୀୟ ଲହରକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ଅଧିକ ମାରତ୍ମକ ହେବ । ଶିଶୁଙ୍କ ପ୍ରତି ଅଧିକ ଘାତକ ସାଜିବ ବୋଲି ମଧ୍ୟ କୁହାଯାଉଛି । ତେବେ ଏଭଳି ସ୍ଥଳେ ତୃତୀୟ ଲହରକୁ ନେଇ ଏମିତି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତୃତୀୟ ଲହରି କେଉଁଠି କଣ ଆସିଲା, ତାହାର କିଛି ଅର୍ଥ ନାହିଁ। ଆମ ରାଜ୍ୟର ସ୍ଥିତି ଦେଖି ତୃତୀୟ ଲହରି କଥା ସମୀକ୍ଷା କରାଯିବ। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

ଏଣେ ଫାର୍ମାସିଷ୍ଟମାନଙ୍କ ଚିକିତ୍ସା ଉପରେ ସେ କହିଛନ୍ତି, ବହୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା। ଯେଉଁଠି ଡାକ୍ତର ନଥିଲେ, ସେଠାରେ ଔଷଧ ସୁପାରିସ କରିବା ପାଇଁ ଫାର୍ମାସିଷ୍ଟମାନଙ୍କୁ କୁହାଯାଇଥିଲା। ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି। ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଯାଇଛି।

Share

Leave a Reply

Your email address will not be published. Required fields are marked *

1 × 5 =