ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତିତ ସରକାର

 ଭୁବନେଶ୍ବର()   କୋରନା ମୁକାବିଲା ଲାଗି ଲୋକସେବା ଭବନରେ ଖୋଲା ଯାଇଛି କୋଭିଡ଼-19 ବା ମଲ୍ଟି ଡିପାର୍ଟମେଣ୍ଟାଲ କଲ ସେଣ୍ଟ ! ଏହି କଲ ସେଣ୍ଟର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ! କଲ ସେଣ୍ଟର ଯାଇ ସିଧାସଳଖ ଫୋନ ଆଟେଣ୍ଡ କରିଛନ୍ତି ମୁଖ୍ୟ ଶାସନ ସଚିବ ! ଫୋନ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ କଥା ହେଲେ ମୁଖ୍ୟ ସଚିବ ! ପ୍ରବାସୀ ଓଡ଼ିଆ ସମସ୍ୟା ସମାଧାନ 20 ଲାଇନ ବିଶିଷ୍ଟ କଲ ସେଣ୍ଟର ! ପୂର୍ବରୁ 843 କଲ ପାଇଥିଲୁ ! କଲ ସେଣ୍ଟର ହେବା ପରେ 1860 କଲ ପାଇଛୁ ! ରାଜ୍ୟ ବାହାରେ ଫସି ରହିଛନ୍ତି ଲକ୍ଷାଧିକ ଲୋକ ! 5 ଟି ରାଜ୍ୟରୁ ଅଧିକ ଫୋନ କଲ ଆସୁଛି ! ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରୁ ଫୋନ ଆସୁଛି ! ବିଶେଷ ଭାବେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ଲୋକ ଫସିକି ଅଛନ୍ତି ! 15 ହଜାରରୁ ଅଧିକ ଅନ୍ୟ ରାଜ୍ୟର ଲୋକ ଓଡ଼ିଶାରେ ଫସିକି ଅଛନ୍ତି ! ସେମାନଙ୍କ ଖାଇବା ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ! ବିଭିନ୍ନ ରାଜ୍ୟରୁ ଅନେକ ଲୋକ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ! କେନ୍ଦ୍ର ସରକାରଙ୍କ ନିର୍ଦେଶନାମା ଅନୁସାରେ କୌଣସି ଲୋକ ଏହି ଲକଡାଉନ ସମୟରେ ବାହାରକୁ ଯାଇପାରିବେ ନାହିଁ ! ତେଣୁ ଯେଉଁ ଲୋକ ମାନେ ଯେଉଁ ରାଜ୍ୟରେ ଫସିଛନ୍ତି, ସେମାନେ ସେହି ରାଜ୍ୟରେ ହିଁ ରହିବେ ! ସେହି ରାଜ୍ୟର ସରକାର ଏହି ଲୋକଙ୍କ ଖାଦ୍ୟ ରହିବା ବନ୍ଦୋବସ୍ତ କରିବେ ! ଗୃହ ସଚିବ ସଞ୍ଜୀବ ଚୋପ୍ରା, ଓଏସଡି (କୋଭିଡ଼-19) ଵିଶାଲ ଦେବ ସହ କଣ୍ଟ୍ରୋଲ ରୁମ ଦାଇତ୍ୱରେ ଥିବା ଅମିତାଭ ଠାକୁର, ରାଜେଶ କୁମାର, ସାର୍ଥକ ଷଡଙ୍ଗୀ ଉପସ୍ଥିତ ଥିଲେ !

Share

Leave a Reply

Your email address will not be published. Required fields are marked *

three + 6 =