ଆଜି ୧୭୩୪ କରୋନା ପଜିଟିଭ, ଖୋର୍ଦ୍ଧାରୁ ୩୪୨

ଭୁବନେଶ୍ୱର() ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୭୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୫୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର୯୨୭ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଓଡ଼ିଶାର ୨୯ଟି ଜିଲ୍ଲାରୁ ୧୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୪୨ ଜଣ ଥିବା ବେଳେ ଗଞ୍ଜାମରୁ ୨୨୨ ଜଣ, କଟକରୁ ୧୭୭ , ସୁନ୍ଦରଗଡ଼ରୁ ୧୨୬ ଜଣ, ନୟାଗଡ଼ରୁ ୧୦୬ ଜଣ, ଗଜପତିରୁ ୮୫ ଜଣ, ବାଲେଶ୍ବରରୁ ୭୩ ଜଣ, କୋରାପୁଟରୁ ୬୦ ଜଣ, କନ୍ଧମାଳରୁ ୫୯ ଜଣ, ଭଦ୍ରକରୁ ୫୮ ଜଣ, ପୁରୀରୁ ୫୫ ଜଣ, ମାଲକାନଗିରିରୁ ୫୨ ଜଣ, ବରଗଡ଼ରୁ ୫୧ ଜଣ, ଯାଜପୁରରୁ ୩୮ ଜଣ, ମୟୂରଭଞ୍ଜରୁ ୩୫ ଜଣ, ଢ଼େଙ୍କାନାଳରୁ ୨୯ ଜଣ, କେନ୍ଦୁଝରୁ ୨୭ ଜଣ, କଳାହାଣ୍ଡିରୁ ୨୪ ଜଣ, ନୂଆପଡ଼ାରୁ ୨୨ ଜଣ, ରାୟଗଡ଼ାରୁ ୧୮ ଜଣ, ସମ୍ବଲପୁରରୁ ୧୪ ଜଣ, ନବରଙ୍ଗପୁରରୁ ୧୩ ଜଣ, ସୋନପୁରରୁ ୧୩ ଜଣ, ଜଗତସିଂହପୁରରୁ ୧୨ ଜଣ, ଝାରସୁଗୁଡା ଓ ବଲାଙ୍ଗୀରରୁ ୬ ଜଣ ଲେଖାଏଁ, ଦେବଗଡ଼ରୁ ୫ ଜଣ, ଅନୁଗୁଳରୁ ୪ ଜଣ ଓ କେନ୍ଦ୍ରାପଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

10 − 7 =