ନିଳିଆବାଗରେ ୮ ଅଞ୍ଚଳକୁ ସିଲ୍

ବାଲେଶ୍ୱର() ଗତକାଲି ବାଲେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସେଠାରେ ଥିବା ନିଳିଆବାଗ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି । ନିଳିଆବାଗରେ ୮ଟି ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଆଇନଶୃଙ୍ଖଳତା ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ପ୍ରତି ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା ହେବ । ୬୦ଜଣ ଏଏନଏମ, ଆଶା କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ପରୀକ୍ଷା କରିବେ । ୧୨ଟି ଟିମରେ ୫୦୦ ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାସହ ସେଠାରେ ସିଲ୍ ହୋଇଥିବାରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯିବ ।

Share

Leave a Reply

Your email address will not be published. Required fields are marked *

eleven + fourteen =