ବଲାଙ୍ଗିରରେ ୭ ବରଗଡ଼ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ଆଜି ରାଜ୍ୟରେ ଆଉ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ବଲାଙ୍ଗିର ଜିଲ୍ଲାର ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ପୁରୁଷ ଓ ସେମାନେ ବାହାର ରାଜ୍ୟ ଫେରନ୍ତା ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ଚିହ୍ନଟ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି।

ସେପଟେ ଆଉ ଅନ୍ୟଜଣ ଆକ୍ରାନ୍ତ ବରଗଡ଼ ଜିଲ୍ଲାର । ବରଗଡ଼ରେ ପ୍ରଥମ ଥର ପାଇଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସହରର ୧୪ ନମ୍ବର ୱାର୍ଡ ସୁବାସ ନଗର ମାଷ୍ଟର ଟିକ୍ରା ଅଞ୍ଚଳରେ ଚିହ୍ନଟ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ ଆକ୍ରାନ୍ତ ଜଣକ ହୋମ୍‌ କ୍ବାରେଣ୍ଟାଇନରେ ଥିଲେ । ଏନେଇ ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

fifteen − 7 =