ପୁରୀ ଜିଲ୍ଲାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ() ଆଜି ପୁରୀ ଜିଲ୍ଲାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀର ଟାଉନର ୨ ଜଣ, ପିପିଲିର ଜଣେ ଓ କୋଣାର୍କରେ ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ବୃଦ୍ଧି । ତେବେ ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩କ୍ବାରେଣ୍ଟାଇନରେ ଥିବା ବେଳେ ଅନ୍ୟ ଆକ୍ରାନ୍ତ କୁମ୍ଭାପଡା ପୋଲିସ ଦ୍ବାରା ଗିରଫ ଅଭିଯୁକ୍ତ । ଥାନା ଅଧିକାରୀଙ୍କ ସହ ୩୦ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ । ପୋଲିସ ଅଧିକାରୀଙ୍କ ସହ ସମସ୍ତ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ।

Share

Leave a Reply

Your email address will not be published. Required fields are marked *

13 − 12 =