ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫ ଲକ୍ଷ ଟଙ୍କା ଜୋରିମାନା

କଟକ ସହରରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସ ଅଦାଲତ। ଏଥିସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ଫେବୃଆରୀ ୪ ତାରିଖରେ ବାଦାମବାଡ଼ି ଅଞ୍ଚଳର ରାକେଶ ମହାନ୍ତି ଜଣେ ନାବାଳିକାଙ୍କୁ ଅପହରଣ କରି ପୁରୀରେ ଏକ ଲଜ ରେ ରଖି ଦୁଷ୍କର୍ମ କରିଥିଲେ।ଏହାର ପରଦିନ ଅର୍ଥାତ ଫେବୃଆରୀ ୫ ତାରିଖରେ ପୀଡିତା ସେଠାରୁ ଖସି ଆସି ଥିଲେ । ପରିବାର ଲୋକଙ୍କୁ ଜଣାଇବା ପରେ ଏ ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା।ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିଥିଲେ।

ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ଙ୍କୁ ୨୦ ବର୍ଷ ଜେଲ ଡଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ଥିତ ସ୍ୱତନ୍ତ୍ର ପୋକସ ଅଦାଲତ । ଆଇପିସି ର ଧାରା ୩୬୩ ,୩୬୬ ଓ ୬ ପୋକ୍ସ ଆକ୍ଟ ରେ ମାମଲା ରୁଜୁ କରି ତଦନ୍ତ କରିଥିଲା ମହିଳା ଥାନା ପୋଲିସ। ତେବେ ଅଭିଯୁକ୍ତ କୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଥିବା ବେଳେ ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ରେ ଦଣ୍ଡିତ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

six + twenty =