ଗିରଫ ହେଲେ ଲାଞ୍ଚୁଆ ଆଇଏଏସ ଅଫିସର

ଗିରଫ ହେଲେ ଲାଞ୍ଚୁଆ ଆଇଏଏସ୍ ଅଧିକାରୀ । ୨୦୦୯ ବ୍ୟାଚର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ । ବିଲ୍ ପାସ କରାଇବା ପାଇଁ ଲାଞ୍ଚ ନେଉଥିଲେ ଏହି ଆଇଏଏସ୍ ଅଧିକାରୀ ।

ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ନିଆଯାଇଥିବା ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା । ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା । ତେବେ ଏହି ଘଟଣା ନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ ।

Share

Leave a Reply

Your email address will not be published. Required fields are marked *

13 − five =