ଲାଂଚୁଆ କିରାଣିକୁ ବିଦା କଲେ ଶ୍ରମ କମିଶନର

ବଲାଙ୍ଗିର() ସରକାରଙ୍କ ୫-ଟି ନିୟମ ଉଲଙ୍ଘନ କଲେ ସରକାର କିପରି ତତକ୍ଷଣାତ କର୍ଯ୍ୟାନୁÂାନ ନିଅନ୍ତି ତାହା ଦେଖାଇ ଦେଇଛନ୍ତି ରାଜ୍ୟ ଶ୍ରମ କମିଶନର ନିରଂଜନ ସାହୁ । ବଲାଙ୍ଗିରରୁ ଜଣେ ଶ୍ରମ ବିଭାଗର କିରଣି ଲାଂଚ ମାଗୁଥିବା ସମ୍ପର୍କରେ ଖବର ଭିଡିଓ ଭାଇରାଲ ହେବା ପରେ ଶ୍ରମ କମିଶନର ସମ୍ପୃକ୍ତ କିରାଣିକୁ ସଙ୍ଗେ ସଙ୍ଗେ ଚାକିରିରୁ ନିଲମ୍ବନ କରିଛନ୍ତି । ବେଆଇନ ଦାଦନ ଶ୍ରମିକ ଚାଲାଣ ପାଇଁ ଲାଇସେନ୍ସ ଦେବାକୁ ବଲାଙ୍ଗିର ଶ୍ରମ ବିଭାଗର ବଲ୍ଲଭ ନାଗ ନାମକ ଏହି କିରାଣି କିପରି ଲାଂଚ ମାଗୁଥିଲେ ତାର ଭିଡିଓ ଭାଇରାଲ ହୋଇଥିଲା ।

ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଜିରୋ ଟୋଲେରାନ୍ସ ନୀତି ଆପଣାଇଛନ୍ତି ସରକାର । ସେ ସେପଟେ ଆସିଛି ଏପରି ଲାଂଚ ଘଟଣା । କିରାଣୀ ବାବୁ ନିଜେ କହୁଛନ୍ତି ଶ୍ରମ ବିଭାଗରେ ତଳୁ ଉପର ଯାଏଁ ବିନା ଲାଂଚରେ କାମ ହେଉନି । ଆଉ ଯଦି କେହି ବିନା ଲାଂଚରେ କାମ କରିଦିଏ, ତ ସେ ହାତ କାଟି ଦେବେ ।

କିରାଣୀଙ୍କ ଅଫିସ୍ ଭିତରେ ଯେତେ ନେହୁରା ହେଲେ ମଧ୍ୟ କିରାଣୀ ଶୁଣିନଥିଲେ । ଶେଷରେ ଦୁଇଟି ଖଡଖଡିଆ ୫୦୦ ଟଙ୍କିଆ ଗାନ୍ଧୀ ନୋଟ୍ ଧରିବା ପରେ ଫାଇଲ୍ ଖୋଲିଥିଲେ । ବଲାଙ୍ଗିର ଜିଲ୍ଲାର ଶ୍ରମ ବିଭାଗର କିରାଣୀଙ୍କ ଏହି ଲାଂଚ ଭିଡିଓ ଏବେ ବେଶ୍ ଭାଇରାଲ ହେଉଛିି । ଗୋଟିଏ ପଟେ ସରକାର ଫାଇଭ୍ ଟି ନାଁରେ ସରକାରୀ କଳକୁ ଅଧିକ ପାରଦର୍ଶୀ କରିବାକୁ ବ୍ୟବସ୍ଥା କରୁଛନ୍ତି । ଏବେ ଦେଖିବା କଥା ବଲାଙ୍ଗିର ଶ୍ରମ ବିଭାଗର ଲାଂଚୁଆ କିରାଣୀ ବଲ୍ଲଭ ନାଗଙ୍କ ଲାଂଚ ନେବାର ଖବର ସାମ୍ନାକୁ ଆସିବା ପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

16 − 6 =