କରୋନା ପାଇଁ ଯାଂଚ ବ୍ୟବସ୍ଥା କଡାକଡି

ଭୁବନେଶ୍ୱର() ଦେଶରେ କରୋନା ରେଗୀ ଚିହ୍ନଟ ହେବା ପରେ ନୂଆଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କରେନା ସତର୍କତା ପଦକ୍ଷେପ ମାନ ନିଆଯାଇଛି । କିନ୍ତୁ ଓଡିଶାରେ ଯଥେଷ୍ଟ ପୂର୍ବରୁ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ଏହି ଦିଗରେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଥିଲା । ଏବେ କିନ୍ତୁ ଗତ ୨ ଦିନ ହେଲା ଓଡିଶାର ସବୁ ବିମାନବନ୍ଦର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବନ୍ଦର ଗୁଡିକରେ ମଧ୍ୟ ଯାଂଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିମାନବନ୍ଦରକୁ ଆସୁଥିବା ବାହାର ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ପରୀକ୍ଷା ନିରୀକ୍ଷା କରାଯାଉଛି । ସେହିପରି ବନ୍ଦରଗୁଡିକୁ ଜାହାଜରେ ଆସୁଥିବା ଲୋକମାନଙ୍କୁ ମଧ୍ୟ ଯାଂଚ କରାଯାଉଛି । କରୋନା ସନେ୍ଦହ ହେଲେ ସପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ବର୍ତ୍ତମାନ ଓଡିଶାରେ କରୋନା ଭୟ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 6 =