ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ସଂକ୍ରମିତ

ରାୟଗଡ଼ା: ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜେକେପୁର ସ୍ତିସ୍ତ ଆଇ ଓ ବି ବ୍ୟାଙ୍କରେ, ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେବା ପରେ ଆଜି ପରୀକ୍ଷା କରିବା ବେକେ ସମସ୍ତେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଫଳରେ କେହି ଜଣେ କର୍ମଚାରୀ ବ୍ୟାଙ୍କକୁ ଆସି ନଥିଲେ କି ଫାଟକ ମଧ୍ୟ ଖୋଲାଯାଇ ନଥିଲା । ଏପଟେ ଉକ୍ତ ବ୍ୟାଙ୍କର ଉପଭକ୍ତାମାନେ ଦୂର ଦୁରାନ୍ତରୁ ଆସି ନିରାଶ ହୋଇ ଫେରି ଯାଇଥିଲେ । ବିଶେଷ କରି ମାସର ପ୍ରଥମ ସପ୍ତାହ ହୋଇଥିବା ଯୋଗୁଁ ଜେକେ କାଗଜ଼କଳ ର କର୍ମଚାରୀମାନେ ପାଉଥିବା ଦରମା ପାଇଁ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । ହେଲେ ବ୍ୟାଙ୍କ ବନ୍ଦ ଯୋଗୁଁ ସମସ୍ତେ ଏକ ପ୍ରକାର ହଇରାଣ ହେବାର ଦେଖିବାକୁ ମିଳିଥିଲା । ସେହିପରି ବ୍ୟାଙ୍କରେ ଲେନଦେନ ବନ୍ଦ ଯୋଗୁଁ ନିକଟରେ ଥିବା ଏ ଟି ଏମ ମଧ୍ୟ ବନ୍ଦ ରହିଥଲା । ଏ ସମ୍ପର୍କରେ ବ୍ୟାଙ୍କର ମ୍ୟାନେଜରଙ୍କୁ ଯୋଗାଯୋଗ ମଧ୍ୟ ସମ୍ଭବପର ହୋଇନଥିଲା ।

Share

Leave a Reply

Your email address will not be published. Required fields are marked *

four × five =