କରୋନା ଓଡ଼ିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି

ଭୁବନେଶ୍ୱର: କରୋନା କଟକଣାକୁ ନେଇ ପୋଲିସ ଡିଜିଙ୍କ ସୂଚନା । ଡିଜି କହିଛନ୍ତି କି, ଏବେ କରୋନାର ପ୍ରକୋପ ପୁରା କମିନାହିଁ । ଏଣୁ ସତର୍କ ରହିବାକୁ କୁହାଯାଇଛି । ଆମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ଏପ୍ରିଲ ୫ରୁ ଏଯାବତ ୧ହଜାର ୪୮୬ ଜଣଙ୍କୁ ପୋଲିସ ଗିରଫ କରିଛି । ଯେଉଁମାନେ କଟକଣା ମାନି ନାହାଁନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାସ୍କ,ସାମଜିକ ଦୂରତା ଓ କୋଭିଡ ନିୟମ ଉଲଙ୍ଘନକାରୀଙ୍କ ଠାରୁ ୧୬ କୋଟିରୁ ଅଧିକ ଟଙ୍କା ଫାଇନ ଆଦାୟ କରାଯାଇଛି । ଦେଶରେ ଯେଯାଏଁ ସମସ୍ତ ଲୋକ ଟିକା ନେଇ ନାହାଁନ୍ତି ସେ ଯାଏଁ ସମସ୍ତେ କରୋନା କଟକଣାକୁ ମାନନ୍ତୁ । ଏପ୍ରକିଲ ୧ରୁ ଏଯାବତ ୫ ଲକ୍ଷ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୋକାନୀଙ୍କଠାରୁ ୪୭ ଲକ୍ଷରୁ ଅଧିକ ଟଙ୍କା ଫାଇନ ଆଦାୟ କରାଯାଇଛି । ୩୯୭୮ ଦୋକାନୀ ଓ ମାର୍କେଟ କମ୍ପେ୍ଳକ୍ସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟରେ ପିଜଟିଭ ହାର କମିଥିଲେ ସୁଦ୍ଧା ହାଲକା ଭାବରେ ନିଅନ୍ତୁ ନାହିଁ । ସତର୍କ ରହିବା ସହ କଟକଣାକୁ ମାନିବାକୁ ନିବେଦନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen − 5 =