କରୋନା ଉଜାଡି ଦେଲା ରାନୀଙ୍କ ପରିବାର

ଅନୁଗୁଳ: କୋଭିଡର ଦ୍ୱିତୀୟ ଲହର ଉଜାଡ଼ି ଦେଉଛି ଶୈଶବ। କରୋନା କାଳରେ ପ୍ରତିଦିନ କେତେ ଯେ ଘର ଉଜୁଡ଼ି ଯାଉଛି ତାର ହିସାବ ନାହିଁ। ଅନୁଗୋଳ ଜିଲ୍ଳାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି, ଯାହାକି ଆପଣଙ୍କ ଆଖିକୁ ବି ଲୁହରେ ଭିଜାଇଦେବ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ନିବାସୀ ତଥା ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାର‌୍ୟ୍ୟ କରୁଥିବା ମଳୟ ବସନ୍ତ ଦେହୁରୀ(୪୨)ଙ୍କ ସମେତ ପୁରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ।

୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ ଆଶ୍ରୟ ନେଇଥିବା ବେଳେ ଅଜା, ଆଇଙ୍କ ସହ ମାମୁଁଘର ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ଶେଷରେ ନିଜର ମାଉସୀ ଶେଷ ଭରଷା ହୋଇଛନ୍ତି ଏହି କୁନି ଝିଅର । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁରୁ ଆସିଛି ଏଭଳି ଖବର । ମଳୟ ବସନ୍ତ ଦେହୁରୀଙ୍କ ପରିବାରର ସମସ୍ତେ ଚାଲିଯିବା ପରେ ଏବେ ରାହା ଖୋଜୁଛି ତାଙ୍କ ୧୪ ମାସର ଝିଅ ରାନୀ ।

ମଳୟ ନାଲକୋ ସେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାମ କରୁଥିଲେ । ପ୍ରଥମେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କ ସ୍ତ୍ରୀ ସୌଦାମିନୀ ଓ ମା ମାଳତୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏପରିକି ରାନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲା କରୋନା ଯୁଦ୍ଧରେ ବିଜୟୀ ହୋଇଥିଲା ରାନୀ । ହେଲେ ପ୍ରଥମେ ମା ସୌଦାମିନୀର ମୃତ୍ୟୁ ହୋଇଥିଲା । ଏହାପରେ ୭ଦିନ ପରେ ଗୋଟିଏ ଦିନରେ ମଳୟ ଓ ତାଙ୍କ ମା ମାଳତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଏତିକିରେ ରାନୀଙ୍କ ଦୁଃଖ ସରିନି । ମାମୁଁଘରେ ଆସି ରହିଥିଲେ ରାନୀ । ତେବେ ସେଠାରେ ତାଙ୍କ ଆଇ ଓ ଅଜାଙ୍କୁ ମଧ୍ୟ କରୋନା ସଂକ୍ରମିତ ହୋଇଛି । ସେମାନେ ମେଡିକାଲରେ ଥିବାବେଳେ ଏବେ ତାଙ୍କ ମାଉସୀ ରାନୀଙ୍କୁ ଲାଳନ ପାଳନ କରୁଛନ୍ତି । ଏବେ ରାନୀଙ୍କକ ପରିବାର କହିଲେ କେହିନାହିଁ । ପୂର୍ବରୁ ଜେଜେବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପରିବାରର ସମସ୍ତଙ୍କୁ ନେଇଗଲା କରୋନା ମହାମାରୀ । ଜୀବନର ରାହା ଖୋଜୁଛନ୍ତି ଏହି ୧୪ ମାସର ଝିଅ ରାନୀ ।

Share

Leave a Reply

Your email address will not be published. Required fields are marked *

three × four =