ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର() ଭୁବନେଶ୍ୱରରେ କରୋନା ସ୍ଥିତି ସଙ୍ଗୀନ ହୋଇପଡ଼ିଛି ।  ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ନେଇ ବିଏମସି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।  ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ କୋଭିଡ ଦାୟିତ୍ୱରେ ଥିବା ଆଇଏଏସ ପାରୁଲ ପଟୱାରୀ କହିଛନ୍ତି ଯେ, ବ୍ୟାପକ ହେଲଥ ସ୍କ୍ରିନିଂ ପାଇଁ  ୫୬୫ଟି ରାପିଡ ରେସପନ୍ସ ଟିମ ଗଠନ କରାଯାଇଛି ।   ଉକ୍ତ ଟିମ ବସ୍ତି ଓ ଅନ୍ୟାନ୍ୟ ହେଲଥ ସ୍କ୍ରିନିଂ  କରିବ ।  ସେହିପରି ହୋମ ଆଇସୋଲେସନରେ ଥିବା ଘରୁ ବିଏମସି ପକ୍ଷରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ ।  କରୋନା ନିୟମ ମାନୁଛନ୍ତି କି ନାହିଁ, ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରହିବ ।  କରୋନା ନେଇ ସନେ୍ଦହ ହେଲେ ଲୋକେ ୧୯୨୯କୁ କଲ କରି ତଥ୍ୟ ଦେଇପାରିବେ  ବୋଲି ସେ କହିଛନ୍ତି

Share

Leave a Reply

Your email address will not be published. Required fields are marked *

three × five =