ପଞ୍ଜିକରଣ କଲେ ୧୫ ହଜାର ପୁରସ୍କାର

ଭୁବନେଶ୍ୱର() କରୋନା ସଂକ୍ରମଣକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷାନୁଷ୍ଠାନ, ସମାରୋହ, ବୈଠକ ଉପରେ ରୋକ ଲଗାଇ ଦିଆଯଆଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟସରକାର ।

ତେଣୁ ଅସାଧାରଣ ପରିସ୍ଥିତିରେ ଆସାଧରଣ ପଦକ୍ଷେପ ଜରୁରୀ ଦର୍ଶାଇ ଓଡ଼ିଶାବାସୀଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରଜ୍ୟ ସରକାର ସବୁପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ COVID-19 ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାସହ ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ହିଁ ସଂକ୍ରମଣର ପ୍ରକୃତ କାରଣ ଅଟନ୍ତି ବୋଲି କୁହାଯାଇଛି ।

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ସ୍କୁଲ କଲେଜ ବନ୍ଦ ହେବା ସହ ଘରେ ରହି ଅଫିସ୍ କାର୍ୟ୍ୟ ସମ୍ପାଦକ କରିବା ପାଇଁ ପ୍ରଫେସନାଲମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡ଼ିଶାକୁ ଫେରି ଆସିବାର ସମ୍ଭାବନା ରହିଛି । ତେଣୁ ଜଦି ବିଦେଶରୁ କୌଣସି ଲୋକ ଓଡ଼ିଶାକୁ ଆସୁଛନ୍ତି ତେବେ ଉକ୍ତ ବ୍ୟକ୍ତିମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତା ମୂଳକ ହୋଇଯାଇଛି । ଏହାସହ ଯଦି କୌଣସି ଲୋକ ଏହାକୁ ଉଲଂଘନ କରନ୍ତି ସେମାନେ ଦଣ୍ଡିତ ହେବେ । ଏବଂ ଯଦି ସେମାନେ ପଞ୍ଜିକରଣ କରେଇନିଅନ୍ତି ତେବେ ସେମାନଙ୍କୁ ୧୫ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାସି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 19 =