କରୋନା ଲାଗି ନୂଆ ଷ୍ଟ୍ରାଟେଜି ଦରକାର

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଗଷ୍ଟରେ କରୋନା ସ୍ଥିତି ପିକ୍ ହୋଇ ସ୍ଥିର ରହିବ । ମାତ୍ର ନିର୍ଦ୍ଦିଷ୍ଟ ଆକଳନ ଲଗାଇବା ଅସମ୍ଭବ ବୋଲି ସେ କହିଛନ୍ତି । ଏହାସହ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଅଜୟ କହିଛନ୍ତି । ଏପର୍ଯ୍ୟନ୍ତ ମେଡ଼ିକାଲ ବାହାରେ କାହାରି ମୃତ୍ୟୁ ହୋଇନାହିଁ । ଅଧିକ ଟେଷ୍ଟ ହେଉଥିବାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଖୋର୍ଦ୍ଧାରେ ନୂଆ ଷ୍ଟ୍ରାଟେଜି କରାଯିବାର ଆବଶ୍ୟକତା ରହିଛି । ଅଧିକ ଲୋକ ବାହାରୁ ଆସୁଥିବାରୁ ନୂଆ ଷ୍ଟ୍ରାଟେଜି ଦରକାର । ସବୁଠି ସଂଖ୍ୟା ବଢ଼ୁଛି ଓ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହିଁ ସଂଖ୍ୟା ବଢ଼ୁଥିବା ନେଇ ସେ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + 16 =