ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣରୁ କେହି ବି ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଆଜି ଆଉ ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ କହିଛନ୍ତି । ଏହାସହ ତାଙ୍କ ପତ୍ନିଙ୍କୁ ମଧ୍ୟ କରୋନା ହୋଇଛି । ଏନେଇ ପୋଲସରା ବିଧାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ପୂର୍ବରୁ ଗଞ୍ଜାମରୁ ଫେରିଥିଲେ । ଏହାସହ ତାଙ୍କୁ ମଝିରେ ମଝିରେ ଜ୍ୱର ହେଉଥିଲା । ଗତ ୨୨ ତାରିଖ ଦିନ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି । ବର୍ତ୍ତମାନ ସେ ଏବେ ଘରୋଇ ସଙ୍ଗରୋଧରେ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − 4 =